ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଘୃଣ୍ୟ କାର୍ଯ୍ୟ। ଏହାସହ ସର୍ବୋଚ୍ଚ ଅଦାଲତ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ କାଟିଥିବା ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ତାଜ୍ ଟ୍ରାପେଜିଅମ ଜୋନ୍ (ଟିଟିଜେଡ୍)ରେ ୪୫୪ ଗଛ କାଟିଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିବା ସମୟରେ ଜଷ୍ଚିସ୍ ଅଭୟ ଏସ୍. ଓକା ଏବଂ ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଟିପ୍ପଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ମଧ୍ୟ ବ୍ୟକ୍ତିଙ୍କୁ ଦୟା ଦେଖାଇବା ଉଚିତ ନୁହେଁ। ବିନା ଅନୁମତିରେ କଟାଯାଇଥିବା ୪୫୪ଟି ଗଛରେ ନିର୍ମିତ ସବୁଜ ଅଞ୍ଚଳର ପୁନର୍ନିମାଣ ପାଇଁ ଅତି କମ୍ରେ ୧୦୦ ବର୍ଷ ଲାଗିଯିବ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..