Report Card Odisha

| Daily Odia News

ସାବଧାନ ଗୁଗୁଲ ଜରିଆରେ ହେଉଛି ସାଇବର୍ କ୍ରାଇମ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଖିବୁଜା ଲୁଟି ଚାଲିଛନ୍ତି ସାଇବର୍ ଲୁଟେରା। ବିଭିନ୍ନ ଅଭିନବ ଉପାୟରେ ଲୋକଙ୍କୁ ଭୁଆଁ ବୁଲାଇ ବ୍ୟାଙ୍କ୍‌ ଆକାଉଣ୍ଟରେ କଳାକନା ବୁଲାଇ ଦେଉଛନ୍ତି ସାଇବେରା ଲୁଟେରା । ଏବେ ସାଇବର୍ ଲୁଟେରାମାନେ ଲୁଟର ତରିକା ପରିବର୍ତ୍ତନ କରିଛନ୍ତି | ଏବେ ଲୋକମାନଙ୍କୁ ଫୋନ୍ କରୁ ନାହାଁନ୍ତି | ବରଂ ଲୋକମାନେ ସାଇବର୍ ଲୁଟେରାଙ୍କୁ ଫୋନ୍‌ କରି ଲୁଟ୍‌ର ଶିକାର ହେଉଛନ୍ତି। ଝାରଖଣ୍ଡର ଦେବଘର ଥାନା ପୋଲିସ ୧୧ ଜଣ ସାଇବର୍ ଅପରାଧୀଙ୍କୁ ଗିରଫ କରିଛି। ଏହି ଅପରାଧୀମାନେ ଗୁଗଲରେ ବଡବଡ ସପିଂ କମ୍ପାନୀ, ବିଭିନ୍ନ ବ୍ୟାଙ୍କର କଷ୍ଟୋମର କେୟାର, ମୋବାଇଲ୍ ଫୋନ୍‌ର କଷ୍ଟୋମର କେୟାର ନାମରେ ନକଲି ମୋବାଇଲ୍ ନମ୍ବର ଦେଇ ବିଜ୍ଞାପନ ଦେଉଛନ୍ତି। ଯେତେବେଳେ କୌଣସି ଲୋକ ତାର ସମସ୍ୟା ପାଇଁ ଗୁଗୁଲରୁ କଷ୍ଟୋମର କେୟାର ସର୍ଭିସ୍ ନମ୍ବର ସର୍ଚ୍ଚ କରୁଛି ସେହି ସମୟରେ ଏହି ସାଇବର୍ ଲୁଟେରାଙ୍କ ନମ୍ବର ସବା ଉପରେ ଆସୁଛି। ସାଇବର୍ ଲୁଟେରାମାନେ ଗୁଗୁଲକୁ ଟଙ୍କା ଦେଇ ସେମାନଙ୍କ ନମ୍ବର ଉପରେ ଦେଖାଇବା ପାଇଁ କହୁଛନ୍ତି। ଯାହା ଫଳରେ ସାଧାରଣ ଲୋକଟିଏ ଗୁଗୁଲରୁ ଏହି ଫେକ୍ ନମ୍ବର ନେଇ ଫୋନ୍ କରିବା ପରେ ସାଇବର୍ ଲୁଟେରାଙ୍କ ଜାଲରେ ଫସି ଯାଉଛି। ସାଇବର୍ ଲୁଟେରାମାନେ ବିଭିନ୍ନ ପ୍ରକାରର ଆଳ ଦେଖାଇ ସେମାନଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଦେବଘର ପୋଲିସ ଏଭଳି ୧୧ ଜଣ ସାଇବର ଠକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୬ଟି ମୋବାଇଲ୍ ଫୋନ୍, ୨୮ଟି ସିମ୍, ୧୬ଟି ପାସବୁକ୍, ଗୋଟିଏ ଚେକବୁକ୍, ୬ଟି ଏଟିଏମ୍ ଏବଂ ୪୮ ହଜାର ଟଙ୍କା ଜବତ କରିଛି।

Breaking News