Report Card Odisha

| Daily Odia News

କଲେଜରେ ଆରମ୍ଭ ହେବ ସାଇବର ଟ୍ରେନିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ୱିନ୍ ସିଟିର ବିଭିନ୍ନ ସ୍କୁଲମାନଙ୍କରେ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ ହୋଇଛି । ଆସନ୍ତା ଜାନୁଆରୀ ପହିଲାରୁ କଲେଜରେ ସାଇବର ଶିକ୍ଷା ପ୍ରଦାନ କରାଯିବ । ଗତ ୫ ତାରିଖରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବିକାଶ ରେସିଡେନ୍ସିଆଲ ଇନଷ୍ଟିଚ୍ୟୁଟରେ ଏହି ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଏହା ମଧ୍ୟରେ ଏକାଧିକ ସ୍କୁଲରେ ପୋଲିସ ପକ୍ଷରୁ ସାଇବର ସମ୍ପର୍କିତ ଟ୍ରେନିଂ ଆରମ୍ଭ ହୋଇସାରିଲାଣି । ତେବେ ପ୍ରତି ସ୍କୁଲରେ ତିନିଜଣ ପିଲାଙ୍କୁ ସାଇବରମିତ୍ର ଭାବେ ଚୟନ କରାଯାଇଛି । ଏମାନେ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ସାଇବର ଅପରାଧ ସମ୍ପର୍କିତ ଘଟଣାବଳୀକୁ ସ୍କୁଲ କର୍ତ୍ତୃପକ୍ଷ ଓ ପୋଲିସ ନଜରକୁ ଆଣିବେ । କେହି ସାଇବର ଠକାମିର ଶିକାର ହେଲେ ଛାତ୍ରଛାତ୍ରୀମାନେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

Breaking News