Report Card Odisha

| Daily Odia News

ଡିଏଭି କଳିଙ୍ଗନଗରରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଡିଏଭି କଳିଙ୍ଗ ନଗରରେ ସାଇବର ସୁରକ୍ଷା, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ସଚେତନ କରାଇବା ପାଇଁ କ୍ଵିକ୍ ହିଲ ଫାଉଣ୍ଡେସନ୍, ମୁମ୍ବାଇ ଏବଂ କମିସନରେଟ୍ ପୋଲିସ, ଭୁବନେଶ୍ବର ଓ କଟକର ମିଳିତ ଆନୁକୁଲ୍ଯରେ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ଇଣ୍ଟରନେଟ ଓ ସାମାଜିକ ଗଣ ମାଧ୍ୟମର ବ୍ୟବହାର କରିବା ସମୟରେ ନିଜର ବ୍ୟକ୍ତିଗତ ପରିଚୟ ନ ଦେବା ତଥା ସାଇବର ଅପରାଧୀଙ୍କ ଠାରୁ ସୁରକ୍ଷିତ ରହିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ । ସାମାଜିକ ସଚେତନତାକୁ ଦୃଷ୍ଟିରେ ରଖି ସ୍ଵିଫ୍ଟ କଲଚୁରାଲ ଟ୍ରଷ୍ଟ, ଭୁବନେଶ୍ବରର ସେକ୍ରେଟାରୀ ଶ୍ରୀଯୁକ୍ତ ସତ୍ୟରଞ୍ଜନ ରାଉତ ଏବଂ ତାଙ୍କ ସାଥି କଳାକାରମାନଙ୍କ ଦ୍ଵାରା ଏକ ହାସ୍ୟରସାତ୍ମକ ପଥପ୍ରାନ୍ତ ନାଟକ ‘ହୁସିଆର’ ପ୍ରଦର୍ଶିତ ହୋଇଥିଲା । ଶିକ୍ଷୟିତ୍ରୀ ଶ୍ଵେତା ଦାସଙ୍କ ତତ୍ତ୍ଵାବଧାନରେ କମ୍ପ୍ୟୁଟର ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ଯକ୍ରମକୁ ଶିକ୍ଷୟିତ୍ରୀ ତାରାଶ୍ରୀ ଘୋଷ ପରିଚାଳନା କରିଥିଲେ । ସମସ୍ତ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

Breaking News