Report Card Odisha

| Daily Odia News

ଅଶାନ୍ତ ହେଲା ସମୁଦ୍ର,ଆଜି ରାତି ୮ଟାରେ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଏହାରି ଭିତରେ ପାଣିପାଗ ବିଭାଗ କରିଛି ବଡ଼ ଆକଳନ। ସଂଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ କରିବ। କିଛି ଆନ୍ତର୍ଜାତୀୟ ମଡେଲର ଆକଳନ କହୁଛି ପ୍ରାୟ ରାତି ୮ଟା ବେଳେ ସ୍ଥଳଭାଗରେ ଭୟଙ୍କର ରୂପ ନେବ ବାତ୍ୟା ମୋନ୍ଥା। କାକିନାଡ଼ା ଆଖପାଖରେ ୯୦ରୁ ୧୦୦ କିଲୋମିଟର୍ ପ୍ରତି ଘଣ୍ଟାରେ ପବନର ବେଗ ଥିବ। ଗତକାଲି ସାମାନ୍ୟ ପବନରେ ଅନେକ ଗଛ ଭାଙ୍ଗିଯାଇଥିଲା। ଆକଳନ କରାଯାଉଛି କାକିନାଡ଼ା ଓ ଆଖପାଖ ଅଞ୍ଚଳରେ ଅନେକ ଗଛ ଭାଙ୍ଗିଯିବାର ସମ୍ଭାବନା ରହିଛି କୁହାଯାଉଛି। ରାତି ୮ଟରେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ହେବ।ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ ଖୋର୍ଦ୍ଧା, କଟକ କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପବନର ବେଗ ୬୦ କିଲୋମିଟର ପ୍ରତିଘଣ୍ଟା ଥିବାବେଳେ ପ୍ରବଳ ବର୍ଷା ହେବ। ବାତ୍ୟା ମୋନ୍ଥାର ପ୍ରଭାବ ଧିରେ ଧିରେ ଓଡ଼ିଶାର ଉତ୍ତର ଦିଗକୁ ଗତି କରିବ। ଯାହା ପ୍ରଭାବରେ ଭଦ୍ରକ, ବାଲେଶ୍ବର, ବାରିପଦା ଭଳି ଅଞ୍ଚଳରେ ମଧ୍ୟ ବର୍ଷାର ପରିମାଣ ବଢ଼ିବା ସହିତ ମଧ୍ୟ ପବନର ବେଗ ୫୦ରୁ ୬୦ କିଲୋମିଟର ପ୍ରତିଘଣ୍ଟା ରହିବ।

Breaking News