Report Card Odisha

| Daily Odia News

ସୃଷ୍ଟି ହେଲା ବାତ୍ୟା ‘ଅସାନି’,ସାମୁଦ୍ରିକ ଝଡ଼ରର ରୂପ ନେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅସାନି’ । ଏହା ସକ୍ରିୟ ଗଭୀର ଅବପାତର ରୂପ ନେଇଛି । ଆଜି ସଂଧ୍ୟା ସୁଦ୍ଧା ‘ଅସାନି’ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ତାହାଛଡ଼ା ଏହା ଉପକୂଳରେ ପହଞ୍ଚିବା ଅଗରୁ ସମୁଦ୍ର ଭିତରେ ତାର ଦିଗ ବଦଳାଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ‘ଅସାନି’ ଦିଗ ପରିବର୍ତ୍ତନ କରିବା ପରେ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ସେହି ସମୟରେ ଉପକୂଳରୁ ୧୫୦ରୁ ୨୦୦ କିମି ଦୂରରେ ବାତ୍ୟାର କେନ୍ଦ୍ରସ୍ଥଳ ଥିବ । କୁହାଯାଉଛି ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ । ତେଣୁ ଓଡ଼ିଶାକୁ ବାତ୍ୟା ଭୟ ନାହିଁ । ୧୦ ତାରିଖ ବେଳକୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଳାରେ ମଧ୍ୟ ପ୍ରବଳ ବର୍ଷା ହେବର ଆଶଙ୍କା କରାଯାଉଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

 

Breaking News