ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୨ର ପ୍ରଥମ ସାମୁଦ୍ରିକ ଝଡ଼ ଅସନି ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଏହି ବାତ୍ୟାର ନାମକରଣ ଶ୍ରୀଲଙ୍କା ପକ୍ଷରୁ କରାଯାଇଛି। ବାତ୍ୟା ଅସନି ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବ। ଏହାପରେ ଏହା ବାଂଲାଦେଶ ଓ ମିଆଁମାର ଆଡ଼େ ଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ଏହା ଗୋଟିଏ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ଦକ୍ଷିଣ ବଙ୍ଗୋପସାଗରର ଉପରେ ଥିବା ଲଘୁଚାପ କ୍ଷେତ୍ରଟି ଧୀରେଧୀରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଭାରତ ମହାସାଗରର ପୂର୍ବ ଭାଗରେ ସମାନ୍ତରଳ ଭାବେ ରହିଛି। ଏଠାରୁ ଏହା ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରି ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଶନିବାର ସକାଳ ସୁଦ୍ଧା ସ୍ପଷ୍ଟ ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ତମାନ ସମୁଦ୍ର ଉପରେ ପହଞ୍ଚିବ। ୨୦ ତାରିଖ ସକାଳ ସୁଦ୍ଧା ଏହା ଅବପାତର ରୂପ ନେଇ ଆଣ୍ତମାନ ଓ ନିକୋବର ଦ୍ୱୀପ ନିକଟରେ କେନ୍ଦ୍ରୀଭୂତ ହେବ। ମାର୍ଚ୍ଚ ୨୧ ବେଳକୁ ଅଧିକ ସକ୍ରିୟ ହୋଇ ବାତ୍ୟା ଅସନିର ରୂପ ନେବ।
More Stories
ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..
ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି…..
ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପୂର୍ବରୁ ସର୍ତ୍ତ ରଖିଲେ ପୁଟିନ୍…..