Report Card Odisha

| Daily Odia News

ବାତ୍ୟା ଅସାନି ୪କିମି ବେଗରେ ମାଢିଆସୁଛି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ବାତ୍ୟା ଅସାନି ଏବେ ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୦୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ଅସାନି ବର୍ତମାନ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଘଣ୍ଟା ପ୍ରତି ୪କିମି ବେଗରେ ଗତି କରୁଛି। ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ନରସପୁର, ୟାନାମ, କାକିନାଡ଼ା, ଟୁନି ଏବଂ ବିଶାଖାପାଟନମ ଉପକୂଳ ଦେଇ ଗତି କରିବା ସହ ଆଜି ରାତ୍ରି ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ସକାଳ ସୁଦ୍ଧା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି।

Breaking News