ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀ ପହିଲାରୁ ରହିଛି ବର୍ଷା ସମ୍ଭାବନା । ବଙ୍ଗୋପସାଗରର ସମ୍ଭାବ୍ୟ ଘୂର୍ଣ୍ଣିବଳୟ ନେଇ ଆଶଙ୍କାରେ ପାଣିପାଗବିତ୍ । ସରିବ ୨୦୨୫ । ଆଉ ୫ ଦିନ ପରେ ଆରମ୍ଭ ହେବ ୨୦୨୬ । ଏବେଠୁ ଲୋକଙ୍କ ନାନା ପ୍ଲାନ୍ । ପିକନିକ୍ ଏବଂ ଏକ୍ସକର୍ସନ୍ ପାଇଁ ସବୁ ଜାଗାରେ ଭିଡ । ନୂଆ ବର୍ଷରେ ଆହୁରି ଜମିବ ବଣଭୋଜି । ତେବେ ଏଥର ନୂଆ ବର୍ଷକୁ ଫିକା କରିପାରେ ବର୍ଷା । କାରଣ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।ପାଣିପାଗବିତଙ୍କ ଆକଳନ ଅନୁସାରେ, ଡିସେମ୍ବର ୩୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଏହା ଲଘୁଚାପର ରୂପ ନେଇପାରେ । କିନ୍ତୁ ଏବେଠୁ ସବୁ କିଛି ଆକଳନ କରିବା ସମ୍ଭବପର ନୁହେଁ । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି । ତେବେ ସମୁଦ୍ରରେ ୭ ଦିନ ଯାଏଁ ଘୂର୍ଣ୍ଣିବଳୟ ସକ୍ରିୟ ରହିବ । କିନ୍ତୁ କେତେ ଘନୀଭୂତ ହେବ ତାହା କହିବା ମୁସ୍କିଲ । ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନଥିବାରୁ ଏହାର ତୀବ୍ରତା ସହ ଗତିପଥ ବାବଦରେ ଏବେଠୁ କିଛି କହିହେବ ନାହିଁ ।ଆଶଙ୍କା କରାଯାଉଛି ଯେ, ଘୂର୍ଣ୍ଣିବଳୟ ଯଦି ଅବପାତର ରୂପ ନିଏ ତାହାଲେ ଭାରତ ଉପରେ ଏହାର ପ୍ରଭାବ ପଡିବା ସମ୍ଭାବନା କମ୍ ରହିଛି । ଏହା ଇଣ୍ଡୋନେସିଆ କିମ୍ବା ଶ୍ରୀଲଙ୍କା ଆଡେ ମୁହାଁଇପାରେ । ତେଣୁ ସାଧାରଣ ଲୋକେ ଏବେଠୁ ଛାନିଆ ହେବା ଅନୁଚିତ । ଓଡିଶା ଉପରେ ମଧ୍ୟ ଏହାର ସେତେଟା ପ୍ରଭାବ ପଡିବ ନାହିଁ ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..