ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାତିରେ ଗଭୀର ଅବପାତରେ ପରିଣତ ହେବ ବାତ୍ୟା ‘ଜୱାଦ୍ ‘ | ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ସକାଳ ଠାରୁ ବାତ୍ୟା ‘ଜୱାଦ୍’ ମୋଡ଼ ନେଇ ଉତ୍ତର ଦିଗକୁ ଗତି କରୁଛି। ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ମୁହାଁ ହେବ ବୋଲି ସୂଚନା ମିଳିଛି । ଗତି ପରିବର୍ତ୍ତନ ସହ କ୍ରମଶଃ ବାତ୍ୟା ଦୁର୍ବଳ ହେବ ବୋଲି IMD ଡିଜି ସୂଚନା ଦେଇଛନ୍ତି। ଆସନ୍ତାକାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ। ଏହି ସମୟରେ ସର୍ବାଧିକ ୭୦ କି.ମି. ବେଗରେ ପବନ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି | ବାତ୍ୟା ଦୁର୍ବଳ ହେଲେ ବି ବର୍ଷାର ପ୍ରକୋପ ବିଶେଷ କମିବନି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁରରେ ୪୫ ମି.ମି. ବର୍ଷା ରେକର୍ଡ କରାଯାଇଛି | ଆଜି ଗଞ୍ଜାମ, ଜଗତସିଂହପୁର, ପୁରୀରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….