Report Card Odisha

| Daily Odia News

ଭୟଙ୍କର ହେଲା ବାତ୍ୟା ମନ୍ଥା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ସକାଳ ୫ଟା ୩୦ରୁ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି ମନ୍ଥା । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ୫୫୦କିମି ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଏହା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମ୍‌ ଓ କଳିଙ୍ଗପାଟନମ୍‌ ମଧ୍ୟରେ ଥିବା କାକିନାଡାରେ ଅତିକ୍ରମ କରିବ ।ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି ରହିବା ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଟୁଇନ ସିଟିରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ଭୂସ୍ଖଳନ ହେବାକୁ ଆଶଙ୍କା କରାଯାଇଥିବାରୁ ସରକାରଙ୍କୁ ଏଥିପାଇଁ ଅବଗତ କରାଯାଇଛି । ସରକାର ଏଥିପାଇଁ ସତର୍କ ଓ ପ୍ରସ୍ତୁତି କରିଛନ୍ତି ।

Breaking News