Report Card Odisha

| Daily Odia News

ଓଡ଼ିଶାକୁ ପୁଣି ବାତ୍ୟା ଭୟ…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାକୁ ପୁଣି ବାତ୍ୟା ଭୟ ଦେଖାଦେଇଛି। ମାସ ଶେଷ ଆଡକୁ ବାତ୍ୟା ଓ ବର୍ଷା ହେବା ନେଇ ବିଭିନ୍ନ ପାଣିପାଗ ମଡେଲ ସୂଚନା ଦେବା ପରେ ବିଶେଷକରି ରାଜ୍ୟର ଚାଷୀକୂଳ ଛାନିଆ ହୋଇପଡିଛନ୍ତି। ବିଲରେ ପାଚିଲା ଧାନ ଠିଆ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ପୁଣି ବାତ୍ୟା ହେଲେ ସବୁଗଲା ବୋଲି ଚାଷୀମାନେ କହିଛନ୍ତି। ଏଯାଏ ଭାରତୀୟ ପାଣିପାଗ ବିଭାଗ କିମ୍ବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବାତ୍ୟା ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବର୍ଷା ହେବା ନେଇ ସ୍ପଷ୍ଟ କରାଯାଇଛି।ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟଟି ଷ୍ଟ୍ରେଟ୍‌ ଅଫ୍‌ ମଲକ୍କାରେ ସମୁଦ୍ରପତ୍ତନଠାରୁ ୫.୮ କିମି ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ଶନିବାର ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ। ୨୪ ତାରିଖ ସୋମବାର ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ୍‌ ୨୬ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ। ଲଘୁଚାପ ସୃଷ୍ଟି ହେବା ପରେ ବର୍ଷା ଓ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ ବୋଲି ଡ. ମହାନ୍ତି କହିଛନ୍ତି।

Breaking News