ରିପୋର୍ଟ କାର୍ଡ / ଭୁବନେଶ୍ବର
ମେ‘ ୧୦ରେ ବାତ୍ୟା ଉପକୂଳ ନିକଟ ହେଲା ପରେ ଦିଗ ବଦଳାଇପାରେ। ଦିଗ ବଦଳାଇବାପରେ ବାତ୍ୟା ଦୁର୍ବଳ ହେବା ସମ୍ଭାବନା ରହିଛି। ସେହିପରି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇସାରିଥିବା ଆକଳନ କରାଯାଇଛି। ଏନେଇ ଆଜି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ ସୂଚନା ଦେଇଛନ୍ତି | ମେ’ ୧୦ ତାରିଖରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ମଧ୍ୟ ରହିଛି। ତେବେ ମେ’ ୧୦ ତାରିଖ ଅପରାହ୍ଣରେ କଟକ ଓ ଭୁବନେଶ୍ବରରେ ବାତ୍ୟାର ପ୍ରଭାବ ପଡ଼ିପାରେ। ମେ’ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବା ସମ୍ଭାବନା ରହିଛି ବୋଲି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ ପ୍ରକାଶ କରିଛନ୍ତି।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..