Report Card Odisha

| Daily Odia News

ମାଲାପୁରମ୍‌ ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମେଣ୍ଡୋସ୍ ବାତ୍ୟା ମାଲାପୁରମ୍‌ ରେ ସ୍ଥଳଭାଗ ଅତିକ୍ରମ କରିବ | ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାତ୍ୟା ସତର୍କତା ଜାରିକକରାଯାଇଛି | ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଉତ୍ତର ତାମିଲନାଡୁ,ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ପାଶ୍ୱବର୍ତ୍ତୀ ଅଞ୍ଚଳ ଦେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ମାଲାପୁରମ୍‌ ଠାରେ ସ୍ଥଳଭାଗ ଅତିକ୍ରମ କରିବ। ସେହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୬୫ରୁ ୭୫ କିଲୋମିଟର ରହିବ । ଆଜି ମଧ୍ୟରାତ୍ରିରେ ପବନର ବେଗ ୮୫ କିଲୋମିଟର ରହିବାର ସମ୍ଭାବନା ଅଛି ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News