ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଛିଦିନ ପରେ କମିଲା ଗ୍ୟାସ ସିଲିଣ୍ଡର ଦର | ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ ହୋଇଛି। ଏହା ଜୁଲାଇ ୧ ଠାରୁ ଲାଗୁ କରାଯାଉଛି। ଏହା ଦ୍ୱାରା ଗ୍ରାହକଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି। କମ୍ପାନୀ ଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି। ଆଜି ଜୁଲାଇ ୧ରୁ ୨୦୨୨ରୁ ନୂଆ ଦର ଲାଗୁ କରାଯାଇଛି। ଉପଭୋକ୍ତାମାନେ ବ୍ୟବସାୟିକ ସିଲିଣ୍ଡରକୁ ପୂର୍ବରୁ ୨,୨୧୯ ଟଙ୍କା ଦେଇ କିଣିଥିଲେ। ଏବେ ସେହି ମୂଲ୍ୟରୁ ୧୯୮ ଟଙ୍କା କମ ଦେବେ। ୧୯ କିଗ୍ରା ସିଲିଣ୍ଡର ପାଇଁ ବର୍ତ୍ତମାନ ଗ୍ରାହକ ୨,୦୨୧ ଟଙ୍କା ଦେବାକୁ ପଡିବ।
ଏହା ପୂର୍ବରୁ ଏକ ଜୁନରେ ମଧ୍ୟ ଗ୍ୟାସ କମ୍ପାନୀ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରିଥିଲେ। ସେହି ସମୟରେ କମ୍ପାନୀ ଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୩୫ ଟଙ୍କା ସିଲିଣ୍ଡର ପ୍ରତି ହ୍ରାସ କରିଥିଲେ। ଯାହା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୨୧୯ ଟଙ୍କା ହୋଇଯାଇଥିଲା।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……