Report Card Odisha

| Daily Odia News

ସରକାରୀ କର୍ମଚାରୀଙ୍କର ବଢ଼ିଲା ଭତ୍ତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ଏକ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ଏହି ଘୋଷଣା ଫଳରେ ଉକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀମାନେ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନା ଅନୁସାରେ- ଉତ୍ତରପ୍ରଦେଶ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ଭେଟି ଦେଇଛନ୍ତି । କର୍ମଚାରୀଙ୍କର ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଘୋଷଣା ଫଳରେ ଏବେ କର୍ମଚାରୀଙ୍କ ଡିଏ ୩୧ରୁ ବୃଦ୍ଧି ପାଇ ୩୪ ପ୍ରତିଶତରେ ପହଞ୍ଚିଛି । ଏହି ବୃର୍ଦ୍ଧିତ ଡିଏ ଗତ ଜାନୁଆରୀ ମାସରୁ ଲାଗୁ ହେବ । ତେବେ ଯୋଗୀ ସରକାରଙ୍କ ଏହି ପଦକ୍ଷେପ ପରେ ରାଜ୍ୟର କର୍ମଚାରୀଙ୍କୁ ଡିଏ ଅଗଷ୍ଟ ମାସରୁ ମିଳିବା ଆରମ୍ଭ ହେବ । କର୍ମଚାରୀଙ୍କ ଓ ପେନସନଧାରୀଙ୍କ ବର୍ଦ୍ଧିତ ଡିଏ ଓ ଡିଆର ମଞ୍ଜୁରୀ ନେଇ ଅର୍ଥ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । କର୍ମଚାରୀଙ୍କର ୩ ପ୍ରତିଶତ ଡିଏ ବୃଦ୍ଧି ହେବା ଫଳରେ ଡିଏ ଓ ଡିଆର ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଅତିରିକ୍ତ ୨୨୦ କୋଟି ବହନ କରିବେ ।

Breaking News