Report Card Odisha

| Daily Odia News

ଡାକ୍ତରଙ୍କୁ ଚପଲରେ ପିଟି ଥାନାରେ ଅଟକ ବ୍ୟବସାୟୀ…..

ରିପୋର୍ଟ କାର୍ଡ / ସମ୍ବଲପୁର

ଡାକ୍ତରଙ୍କୁ ଚପଲରେ ପିଟିବା ମହଙ୍ଗା ପଡିଲା ବ୍ୟବସାୟୀଙ୍କୁ | ଡାକ୍ତର ଆସିବାରେ ଟିକେ ବିଳମ୍ବ କରିଦେଲେ, ଏଥିରେ ରାଗିଯାଇ ଜଣେ ବ୍ୟବସାୟୀ ଡାକ୍ତରଙ୍କୁ ଚପଲରେ ପିଟିଛନ୍ତି। ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଟେକ୍‌ନିସିଆନ୍‌ ବି ବ୍ୟବସାୟୀଙ୍କ କୋପର ଶିକାର ହୋଇଛନ୍ତି | ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳରୁ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି | ଆକ୍ରମଣର ଶିକାର ହୋଇଥିବା ଡାକ୍ତର ହେଉଛନ୍ତି ଚିଦାନନ୍ଦ ମିଶ୍ର। ସେ ସନ୍‌ ଡାଇଗ୍ନୋଷ୍ଟିକ୍‌ରେ ରେଡିଓଲୋଜିଷ୍ଟ ଭାବେ କାମ କରୁଛନ୍ତି। ସମ୍ବଲପୁରର ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା ପାଇଁ ଆଜି ସକାଳେ ଡାଇଗ୍ନୋଷ୍ଟିକ୍‌କୁ ଆସିଥିଲେ। ମାତ୍ର, ଡାକ୍ତର ଆସିନଥିବାରୁ ସେ ଅପେକ୍ଷା କରିଥିଲେ। ଠିକ୍‌ ୧୦ଟା ସମୟରେ ଡା. ମିଶ୍ର ପହଞ୍ଚିବାରୁ ସେ ଗାଳିଗୁଲଜ କରିବା ସହିତ ଚପଲ ଖୋଲି ପିଟିବା ଆରମ୍ଭ କରି ଦେଇଥିଲେ। ଡାକ୍ତରଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଟେକ୍ନିସିଆନ୍‌କୁ ଛାଡ଼ିନଥିଲେ। ତାଙ୍କୁ ମଧ୍ୟ ଚପଲରେ ପିଟିଥିଲେ। ଏ ନେଇ ଡାକ୍ତର ଡ. ମିଶ୍ର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଭିଯୁକ୍ତ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Breaking News