Report Card Odisha

| Daily Odia News

ଅନନ୍ତ ନାଗଙ୍କୁ ଦାଦା ସାହେବ୍ ଫାଲ୍‌କେ ପୁରସ୍କର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବରିଷ୍ଠ ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ ହେବେ । ଦାଦା ସାହେବ ଫାଲ୍‌କେ ପୁରସ୍କାର ଚୟନ କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ଏକଥା କୁହାଯାଇଛି । ଆସନ୍ତା ସେପ୍‌ଟେମ୍ବର ୨୨ ତାରିଖ, ଗୁଜୁରାଟର ଏକତାନଗରରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ସମାରୋହରେ ଶ୍ରୀ ନାଗ୍‌ଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯିବ ।ଏହି ଭେଟେରାନ ଅଭିନେତା ଜଣକ ୨୫୦ରୁ ଊର୍ଦ୍ଧ୍ୱ କନ୍ନଡ଼ ଫିଲ୍ମରେ ଅଭିନୟ କରିବା ସହ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲାମ ଆଦି ସିନେମାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ପରିଛନ୍ତି । ୯୦ଦଶକରେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ସିରିଏଲ ମାଲ୍‌ଗୁଡି ଡେଜ୍‌ରେ ମଧ୍ୟ ସେ ଅଭିନୟ କରିଥିଲେ । ୨୦୨୫ ମସିହାରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Breaking News