ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍ଟି ସ୍ଲାବ୍କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ଉଚ୍ଛେଦ କରାଯାଇଛି। ଏଥିସହିତ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍ ଲାଗୁ କରାଯାଇଛି, ଯାହା ହାନିକାରକ ପଦାର୍ଥ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରାଯିବ। ନୂଆ ଜିଏସ୍ଟି ସ୍ଲାବ୍ ଚଳିତ ବର୍ଷ ନବରାତ୍ରିର ପ୍ରଥମ ଦିନ ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଲଗଜରୀ ଓ ତମାଖୁ କ୍ଷେତ୍ରରେ ରହିବ ୪୦% ସ୍ଲାବ୍୫୬ତମ ଜିଏସଟି ବୈଠକରେ ନିଷ୍ପତ୍ତିଏସି, ଟିଭି ଓ ଫ୍ରିଜ ଉପରେ ୧୮ ପ୍ରତିଶତ ଜିଏସଟିକ୍ଷୀର, ଘିଅ ଓ ଲହୁଣୀ ଉପରେ ୫ ପ୍ରତିଶତ ଜିଏସଟିତମାଖୁ ଜାତ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟିଚମଡ଼ା ଓ ଗ୍ରାନାଇଟ ଉପରେ ୫ ପ୍ରତିଶତ ଜିଏସଟିଚକୋଲେଟ ଓ କଫି ଉପରେ ୫ ପ୍ରତିଶତ ଜିଏସଟିକୃଷିଜାତ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟିସିମେଣ୍ଟ ଉପରେ ୨୮ ପ୍ରତିଶତରୁ ହେଲା ୧୮ ପ୍ରତିଶତ ଜିଏସଟି ୩୩ଟି ଜୀବନରକ୍ଷାକାରୀ ଔଷଧ ଉପରେ ଜିଏସଟି ଛାଡ଼ଥଣ୍ଡା ପାନୀୟ ଉପରେ ୪୦ ପ୍ରତିଶତ ଜିଏସଟିବ୍ୟକ୍ତିଗତ ସ୍ବାସ୍ଥ୍ୟବୀମା ଉପରେ ଜିଏସଟି ଛାଡ଼






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..