ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍ଟି ସ୍ଲାବ୍କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ଉଚ୍ଛେଦ କରାଯାଇଛି। ଏଥିସହିତ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍ ଲାଗୁ କରାଯାଇଛି, ଯାହା ହାନିକାରକ ପଦାର୍ଥ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରାଯିବ। ନୂଆ ଜିଏସ୍ଟି ସ୍ଲାବ୍ ଚଳିତ ବର୍ଷ ନବରାତ୍ରିର ପ୍ରଥମ ଦିନ ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଲଗଜରୀ ଓ ତମାଖୁ କ୍ଷେତ୍ରରେ ରହିବ ୪୦% ସ୍ଲାବ୍୫୬ତମ ଜିଏସଟି ବୈଠକରେ ନିଷ୍ପତ୍ତିଏସି, ଟିଭି ଓ ଫ୍ରିଜ ଉପରେ ୧୮ ପ୍ରତିଶତ ଜିଏସଟିକ୍ଷୀର, ଘିଅ ଓ ଲହୁଣୀ ଉପରେ ୫ ପ୍ରତିଶତ ଜିଏସଟିତମାଖୁ ଜାତ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟିଚମଡ଼ା ଓ ଗ୍ରାନାଇଟ ଉପରେ ୫ ପ୍ରତିଶତ ଜିଏସଟିଚକୋଲେଟ ଓ କଫି ଉପରେ ୫ ପ୍ରତିଶତ ଜିଏସଟିକୃଷିଜାତ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟିସିମେଣ୍ଟ ଉପରେ ୨୮ ପ୍ରତିଶତରୁ ହେଲା ୧୮ ପ୍ରତିଶତ ଜିଏସଟି ୩୩ଟି ଜୀବନରକ୍ଷାକାରୀ ଔଷଧ ଉପରେ ଜିଏସଟି ଛାଡ଼ଥଣ୍ଡା ପାନୀୟ ଉପରେ ୪୦ ପ୍ରତିଶତ ଜିଏସଟିବ୍ୟକ୍ତିଗତ ସ୍ବାସ୍ଥ୍ୟବୀମା ଉପରେ ଜିଏସଟି ଛାଡ଼
More Stories
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..