ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି | କିନ୍ତୁ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନାହିଁ | ଅନ୍ୟପକ୍ଷେ ରାଜ୍ୟରେ ଟିକା ଅଭାବ ଦେଖିବାକୁ ମିଳୁଛି । ଯାହାକି ଏକପ୍ରକାର ଲୋକଙ୍କ ଚିନ୍ତା ବଢିଯାଇଛି | ରାଜ୍ୟକୁ ଆସିଛି ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲଡ଼ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲଡ଼ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ, ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ମହଜୁଦ ଅଛି । କୋଭିସିଲଡ଼ ଟିକାର ଅଭାବ ପାଇଁ ଆଜି ୧୫ଟି ଜିଲାରେ ଟୀକାକରଣ ବନ୍ଦ ରହିଛି । ମାତ୍ର ୯୭ ଟି କେନ୍ଦ୍ରରେ ଟିକାକରଣ ଚାଲିଥିବା ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇ କହିଛନ୍ତି । ସେହିପରି କରୋନା ସଂକ୍ରମଣକୁ ନେଇ ମଧ୍ୟ ଡିଏମ୍ଇଟି କହିଛନ୍ତି, ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ଆସୁଛି। କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି । ସେହି ଅନୁସାରେ ଅନଲକ୍ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମ୍ଇଟି ସୂଚନା ଦେଇଛନ୍ତି । ଲୋକ ଢିଲା ହେବା ଅନୁଚିତ୍। ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ରହିବା ଦରକାର। ଆମକୁ ସଚେତନ ରହିବା ଦରକାର, ନହେଲେ ବିପଦ ପୁଣି ବଢ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ରାଜ୍ୟରେ କରୋନା ସ୍ଥିତି ନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସାମଗ୍ରୀକ ଭାବେ ସଂକ୍ରମଣ କମିଛି । ବିଗତ ଦିନ ଓ ବର୍ତ୍ତମାନକୁ ତୁଳନା କଲେ କିଛି ଜିଲ୍ଲାରେ ବି ସଂକ୍ରମଣ ଧିରେ ଧିରେ କମୁଛି। କେସ ଲୋଡ଼, ଟେଷ୍ଟ ପଜିଟିଭିଟି ରେଟ, ଲୋକଙ୍କ କୋଭିଡ ଗାଇଡ଼ ଲାଇନ ଅନୁପାଳନକୁ ଦେଖିକି ଅନଲକ ସମ୍ବନ୍ଧରେ ସରକାର ନିଷ୍ପତ୍ତି ନେବେ। ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ। କରୋନା ସ୍ଥିତି ନ ସୁଧୁରିଲେ ପୁଣି ଥରେ ସଂକ୍ରମଣ ବଢ଼ିବ । ଡେଙ୍ଗୁ କିଛି ମାତ୍ରାରେ ବଢ଼ିଛି । ତାହା ଭୟବହ ନୁହେଁ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହା ଚିନ୍ତା ଜନକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..