ରିପୋର୍ଟ କାର୍ଡ / କୋରାପୁଟ
କୋରାପୁଟ ଦାମନଯୋଡ଼ିରେ ପୋଲିସ୍-ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାପିଙ୍ଗି ସହ ପ୍ରାୟ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୋଲିସ ଗିରଫ କରିଛି। ଉତ୍ତେଜନା ପ୍ରକାଶ ପାଇଥିବାରୁ ଅଁଳାବାଡିରୁ ନାଲ୍କୋ ମାଇନ୍ସ ଯାଏ୧୪୪ ଧାରା ଜାରି କରାଯାଇଛି। ସୂଚନାଥାଉ କି, ନାଲ୍କୋରେ ନିଯୁକ୍ତି ଦାବି କରି ୪ ଦିନ ହେଲା ବିସ୍ଥାପିତ ଧାରଣାରେ ବସିଛନ୍ତି । ନାଲ୍କୋ ରୋଡ୍ରେ ରାସ୍ତାରୋକ ସହ ଧାରଣାରେ ବସିଥିଲେ ବିସ୍ଥାପିତ। ଆଜି ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କୁ ବୁଝାସୁଝା ଉଦ୍ୟମ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ୬ ପ୍ଲାଟୁନ୍ ଫୋର୍ସ ସହ ଏସ୍ପି, ଉପଜିଲ୍ଲାପାଳ ଓ ତହସିଲଦାର ଉପସ୍ଥିତ ଅଛନ୍ତି।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……