Report Card Odisha

| Daily Odia News

୮ ଡ୍ୟାନ୍ସ ବାରରେ ଚଢ଼ାଉ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ରାଜଧାନୀରେ ଶନିବାର ୮ଟି ଡ୍ୟାନ୍ସ ବାର ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ। ଡ୍ୟାନ୍ସ ବାରଗୁଡ଼ିକ ସମସ୍ତ ନିୟମ ମାନୁଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ଚଢ଼ାଉ କରାଯାଇଥିଲା ବୋଲି କହିଛନ୍ତି ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ। ସେ କହିଛନ୍ତି, ଚଢ଼ାଉ ବେଳେ ଡ୍ୟାନ୍ସ ବାରରେ ନିୟୋଜିତ ଝିଅ ମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଇଥିଲା। ସେମାନଙ୍କ ବୟସ ଜାଣିବା ପାଇଁ ଆଧାର କାର୍ଡ ଯାଞ୍ଚ କରାଯାଇଥିଲା। ସେହିପରି ବାର ଗୁଡ଼ିକର ରେଜିଷ୍ଟର ଯାଞ୍ଚ କରାଯାଇଥିଲା। କିଏ କେତେବେଳେ ଆସିଲେ ଓ କେତେବେଳେ ଗଲେ, ସେ ସବୁ ରେକର୍ଡ ରହୁଛି ନା ନାହିଁ, ତାହା ଜାଣିବା ପାଇଁ ରେଜିଷ୍ଟର ଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଉଭୟ ଡ୍ୟାନ୍ସ ବାର ଲାଇସେନ୍ସ ଓ ଲିକର ଲାଇସେନ୍ସ ଯାଞ୍ଚ କରାଯାଇଥିଲା। ଏହା ସହିତ ଡ୍ୟାନ୍ସ ବାର ପାଇଁ ରହିଥିବା ଅନ୍ୟ ସମସ୍ତ ନିୟମ ପାଳନ କରାଯାଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ ଏହି ସବୁ ବାର୍‌ଗୁଡ଼ିକ ନିୟମ ଗୁଡ଼ିକୁ ଅନୁସରଣ କରୁଥିବା ଦେଖିବାକୁ ମିଳିଥିଲା |

Breaking News