ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମିର୍ଜାପୁରରେ ମା ବିନ୍ଧ୍ୟବାସିନୀ ମନ୍ଦିରକୁ ଲୋକମାନେ ଯିବା ସମୟରେ ଡଙ୍ଗା ଓଲଟି ୬ ଜଣ ନିଖୋଜ ହୋଇଯାଇଛନ୍ତି | ନିଖୋଜଙ୍କ ମଧ୍ୟରୁ ତିନିଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ମା ବିନ୍ଧ୍ୟବାସିନୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଲୋକମାନେ ଯାଉଥିବା ସମୟରେ ଏପରି ଅଘଟଣ ଘଟିଛି । ଡଙ୍ଗାରେ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଖୋଜ ମାନଙ୍କୁ ଖୋଜା ଚାଲିଛି। ଡଙ୍ଗାରେ ସକ୍ଷମଠାରୁ ଅଧିକ ଲୋକ ବସିଥିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲା ।ପୂର୍ବରୁ ୨୦୨୧ ମସିହା ଆରମ୍ଭରୁ ମଧ୍ୟ ବିନ୍ଧ୍ୟାଚଳରେ ଏପରି ବଡ ଦୁର୍ଘଟଣା ହୋଇଥିଲା। ବିନ୍ଧ୍ୟାଚଳ ଶିବପୁର ରାମଗୟା ଘାଟରେ ଡଙ୍ଗା ବୁଡିଯାଇଥିଲା।






More Stories
ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ…..
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ଜରିମାନା…..
ମୋଦି-ଜିନପିଙ୍ଗ ବଡ଼ ଡିଲ୍……