Report Card Odisha

| Daily Odia News

ଡିଏଭି କଳିଙ୍ଗ ନଗରର ବାର୍ଷିକୋତ୍ସବ “ରୌପ୍ୟାୟନମ୍‌” ପାଳିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡିଏଭି କଳିଙ୍ଗ ନଗରର ୨୫ତମ ପୂର୍ତ୍ତି ଉପଲକ୍ଷେ ରୈାପ୍ୟଜୟନ୍ତୀ ପାଳନ ଅବସରରେ ବାର୍ଷିକୋତ୍ସବ ‘ରୈାପ୍ୟାୟନମ୍‌’ ପାଳିତ ହୋଇଯାଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା ବିଭାଗ) ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଆଧୁନିକ କଳାକୌଶଳ ଶିକ୍ଷାର ମାନକୁ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଉନ୍ନତ କରିଛି ଏବଂ ନେଟ୍ ଜିରୋ କ୍ୟାମ୍ପସ୍ ବ୍ୟବସ୍ଥାରେ ଡି.ଏ.ଭି ରାଜ୍ୟର ସର୍ବୋଚ୍ଚ ସ୍ଥାନରେ ଉପନୀତ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଡିଏଭିର ଆ ଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥିଙ୍କୁ ସମ୍ବର୍ଦ୍ଧିତ ଏବଂ “କଫି ଟେବଲ ବୁକ୍‌” ର ଶୁଭ ଉନ୍ମୋଚନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ମଦନ ମୋହନ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ସ୍ୱାଗତ ଅଭିଭାଷଣରେ ଉତ୍ତମ ଶିକ୍ଷା, ପାରିବାରିକ ସଂସ୍କାର ଓ ଶୃଙ୍ଖଳା ଜ୍ଞାନ ସଂପର୍କରେ ପିଲାମାନଙ୍କୁ ଉପଦେଶ ଦେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଦ୍ୟାଳୟର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ, ଡିଏଭି ଚନ୍ଦ୍ରଶେଖରପୁରର ଭାଇସ୍ ଚେୟାରମ୍ୟାନ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର, ଡିଏଭି ଆଞ୍ଚଳିକ ଜୋନ୍‌-‘ସି’ର ସହ ନିର୍ଦ୍ଦେଶିକା ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷା ଡ. ସୁଜାତା ଏବଂ ଡିଏଭି ଆଞ୍ଚଳିକ ଜୋନ୍ – ‘ଇ’ର ସହ ନିର୍ଦ୍ଦେଶିକା ତଥା ଡିଏଭି ୟୁନିଟ୍ -୮ର ଅଧ୍ୟକ୍ଷା ଈପ୍ସିତା ଦାସ, ପ୍ରତିଭା ମିଶ୍ର, ବସନ୍ତ ମଞ୍ଜରୀ ଶତପଥୀ, ମିନାକ୍ଷୀ ସାହୁ ଓ ବିଭିନ୍ନ ଡିଏଭିର ଅଧ୍ୟକ୍ଷଅଧ୍ୟକ୍ଷା ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ଚଳିତ ଶିକ୍ଷାବର୍ଷର ସ୍କୁଲର ବେଷ୍ଟ ଅଲରାଉଣ୍ଡର ଭାବେ କ୍ରିଷ୍ଣପ୍ରିୟା ଅଗ୍ରୱାଲ୍‌, ଶ୍ରେଷ୍ଠ ଚିତ୍ରକାର ଭାବେ ପାୟୋସ୍ନୀ ମିଶ୍ରଙ୍କୁ ନରେନ୍ଦ୍ର ଗିରି ସ୍ମାରକୀ ପୁରସ୍କାର, ୨୦୨୧-୨୨ ବର୍ଷରେ ସର୍ବାଧିକ ନମ୍ବର ରଖି ସ୍କୁଲକୁ ଗୌରବାନ୍ୱିତ କରିଥିବା ଛାତ୍ରୀ ଈପ୍‌ସିତା ପାତ୍ରଙ୍କ ପିତାମାତାଙ୍କୁ ବେଷ୍ଟ ପ୍ୟାରେଣ୍ଟସ୍ ଅଫ୍ ଦ ଇୟର ପୁରସ୍କାର ଏହା ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ନିମନ୍ତେ ଆୟୋଜିତ କ୍ରିକେଟ୍ ଏବଂ ଝୋଟି ପ୍ରତିଯୋଗିତାରେ ବିଜୟୀ ଅଭିଭାବକମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ବିଦ୍ୟାଳୟର ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କରତାଳିରେ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ପର୍ଯ୍ୟବେକ୍ଷିକା ଦୀପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Breaking News