ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡି.ଏ.ଭି. ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗରଠାରେ ୨ଦିନ ବ୍ୟାପୀ ଡି.ଏ.ଭି ଜାତୀୟ କ୍ରୀଡ଼ା ଅନ୍ତର୍ଗତ ଡି.ଏ.ଭି ଜୋନାଲ୍ ଚେସ୍ ଚାମ୍ପିଅନସିପ୍ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୭ଟି ସ୍କୁଲରୁ ୬୮ ଜଣ ବାଳକ ଓ ୨୨ଜଣ ବାଳିକା ଭାଗ ନେଇଥିଲେ । ବାଳକ ବିଭାଗରେ ଡି.ଏ.ଭି ସି.ଡି.ଏ କଟକ ମୋଟ ୧୨ ପଏଣ୍ଟ ସହ ଚମ୍ପିଅନ୍ ହୋଇଥିବାବେଳେ ଡି.ଏ.ଭି, ଏସ୍ସିବି ମେଡିକାଲ୍ କଟକ ରନର୍ସ ଅପ୍ ହୋଇଛନ୍ତି । ସେହିପରି ବାଳିକା ବିଭାଗରେ ଡି.ଏ.ଭି, ସିଡିଏ କଟକ ମୋଟ ୮ ପଏଣ୍ଟ ସହ ଚମ୍ପିଅନ୍ ହୋଇଥିବାବେଳେ ଡିଏଭି, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ରନର୍ସ ଅପ୍ ହୋଇଛନ୍ତି । ଉଭୟ ବାଳକ ଓ ବାଳିକାରେ ଚାମ୍ପିଅନ୍ ଦଳ ଡିଏଭି ଜାତୀୟ ଚେସ୍ ଚାମ୍ପିଅନସିପ୍ରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ । ପୁରସ୍କାର ବିତରଣ ଉତ୍ସବରେ ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟର ଅଧ୍ୟକ୍ଷ ବିପିନ କୁମାର ସାହୁ, ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ଟ୍ରଫି ଓ ପଦକ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାକୁ ଓଡ଼ିଶା ଚେସ୍ ଆସୋସିଏସନ୍ର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଆର୍ବିଟର ଓ ଅଫିସିଆଲ୍ ଭାବେ ସୃଜନ ରାୟ ପରିଚାଳନା କରିଥିଲେ । ବିଦ୍ୟାଳୟର ଶାରୀରିକ ଶିକ୍ଷା ବିଭାଗର ମୁଖ୍ୟ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷକ ଏ ରବିଶଙ୍କର ଏବଂ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାମାନଙ୍କ ସହାୟତାରେ ଏହି ପ୍ରତିଯୋଗିତାଟି ସୂଚାରୁରୁପେ ସମ୍ପାଦିତ ହୋଇଥିଲା ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..