ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶ ସ୍ବାଧୀନତା ପ୍ରସଙ୍ଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର ଲାଗି ବିଭିନ୍ନ ମହଲରେ ଦାବି ହୋଇଆସୁଛି। ଏହି କ୍ରମରେ ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ)ର ଅଧ୍ୟକ୍ଷା ସାତ୍ବୀ ମାଲିୱାଲ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି। ସାତ୍ବୀ ତାଙ୍କ ପତ୍ରରେ କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବା ଲାଗି ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କଙ୍ଗନାଙ୍କ ମାନସିକ ସ୍ଥିତି ଏବେ ଠିକ୍ ନାହିଁ। କାରଣ ସେ ପ୍ରଥମ କରି ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇ ନାହାନ୍ତି। ନିୟମିତ ଭାବେ ସେ ଏପରି ମନ୍ତବ୍ୟ ଦେଇ ଆସୁଛନ୍ତି। ତେଣୁ ତାଙ୍କ ଠାରୁ ଏହି ଜାତୀୟ ପୁରସ୍କାର ପ୍ରତ୍ୟାହାର ସହିତ ଦେଶଦ୍ରୋହ ମାମଲା ରୁଜୁ କରାଯାଉ। ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେଇ କଙ୍ଗନା କହିଛନ୍ତି ଯେ ୧୯୪୭ରେ ଭାରତକୁ ଯେଉଁ ସ୍ବାଧୀନତା ମିଳିଥିଲା ତାହା ‘ଭିକ୍ଷା’ରେ ମିଳିଥିଲା। ୨୦୧୪ରେ ହିଁ ଭାରତ ବାସ୍ତବ ସ୍ବାଧୀନତା ପାଇଥିଲା ଯେତେବେଳେ କି ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……