ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟର ମାନ୍ୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜରିଆରେ ଏହି ଘୋଷଣା କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବି ବିଜ୍ଞପ୍ତି ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସି କେନ୍ଦୁଝରବାସୀଙ୍କୁ ପ୍ରାୟ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ଶନିବାର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟା ୧୫ ମିନିଟରେ କେନ୍ଦୁଝରରେ ପହଞ୍ଚିବେ। ୧୧ଟା ୨୦ରେ ସେ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଉଦ୍ଘାଟନ କରିବେ। ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମେଡିକାଲ କଲେଜକୁ ଉଦ୍ଘାଟନ କରିବା ପରେ ସାଧାରଣ ସଭାରେ ଯୋଗଦାନ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି ।






More Stories
କାଳବୈଶାଖୀ ସତର୍କତା…..
ଆଜିଠୁ ମାଟ୍ରିକ ଖାତା ଦେଖା…..
ବିଧାନସଭାରେ କୋକେଇ ଶୋଭାଯାତ୍ରା…..