ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟ୍ରେନ ଟଏଲେଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି | ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ଘଟିଛି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି GRP । ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ । ସୂଚନା ଥାଉକି, ରାଜାରାଣୀ ଏକ୍ସପ୍ରେସରେ ଟଏଲେଟ୍ରୁ ମିଳିଛି ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ମୃତଦେହ ଉଦ୍ଧାର କରିଛି GRP ପୋଲିସ । ତେବେ ଯାହା ଜଣାପଡୁଛି ଆତ୍ମହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ ।





More Stories
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..