Report Card Odisha

| Daily Odia News

ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / କଟକ

କଟକ ମହାନଦୀରେ ଗତକାଲି ଭାସି ଯାଇଥିବା କାଉଡ଼ିଆ ବିଶ୍ୱଜିତ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଭଦିମୂଳ ଘାଟ ନିକଟରୁ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଗତକାଲି ପାଣି ଉଠାଇଲା ବେଳେ ତିନିଘରିଆର ବିଶ୍ୱଜିତ ବେହେରା ଭାସି ଯାଇଥିଲେ । ଘଟଣା ସଂପର୍କରେ ଖବର ପାଇ ସନ୍ଧ୍ୟାରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ସର୍ଚ୍ଚ ଅପରେସନ ସ୍ଥଗିତ ଥିଲା। ଆଜି ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। କିଛି ଘଣ୍ଟାର ଖୋଜାଖୋଜି ପରେ ଭଦିମୂଳ ଘାଟ ନିକଟରୁ ବିଶ୍ୱଜିତଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ସେଠାରୁ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବିକୁ ପଠାଇ ଦିଆଯାଇଛି।

Breaking News