ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ବର୍ଦ୍ଧିତ ଭତ୍ତା ଅକ୍ଟୋବର ମାସ ଦରମାରେ ମିଳିବ। ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଛି। ଏହାଦ୍ୱାରା ୪ ଲକ୍ଷ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନ୍ସନ୍ ଭୋଗୀ ଉପକୃତ ହେବେ। ସୂଚନାଥାଉ କି, ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଥିଲା । DA-କୁ ୧୭%ରୁ ବଢ଼ାଇ ୨୮%କୁ କରିଥିଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..