ରିପୋର୍ଟ କାର୍ଡ / ଢେଙ୍କାନାଳ
ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନରେ ପିନ୍ଧା ଲୁଗା ଲଗାଇ ଝୁଲିପଡିଛନ୍ତି ମହିଳା । ଏଭଳି ଘଟଣା ଘଟିଛି ଢେଙ୍କାନାଳ ସହରର କାଠଗଡା ନୂଆ ସାହିରେ। ଖବର ପାଇ ଟାଉନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ- ମୃତା ମହିଳା ଜଣଙ୍କ କାଠଗଡା ନୂଆସାହିର ରବି ସାହୁଙ୍କ ପତ୍ନୀ ଗୌରୀ ସାହୁ ବୋଲି ଜଣାପଡିଛି । ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସ୍ବାମୀ ଦୋକାନକୁ ଯାଇଥିବା ବେଳେ ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ମହିଳା ଜଣଙ୍କ କିଛି ଦିନ ପୂର୍ବେ ପ୍ରେମିକ ସହ ଫେରାର ଥିଲେ । ସ୍ବାମୀ ଓ ବାପଘର ଲୋକ ବୁଝାସୁଝା କରି ତାଙ୍କୁ ଫେରାଇ ଆଣିଥିଲେ ବୋଲି ଜଣାପଡିଛି । ଫଳରେ ଲୋକଲଜ୍ଜା ହେଉ କିମ୍ବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ମୃତ୍ୟୁ ପଛରେ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..