ରିପୋର୍ଟ କାର୍ଡ / ବରଗଡ଼
ଜମିଜମା ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି । ସୂଚନା ମୁତାବକ, ଜମିଜମା ମାମଲାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ବରଗଡ଼ ଜିଲ୍ଲାର ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ଘର ଭିତରୁ ବାପା, ମାଆ, ପୁଅ, ଝିଅଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ପୁଅକୁ ୧୫ ବର୍ଷ ହୋଇଥିବା ବେଳେ ଝିଅକୁ ୧୦ ବର୍ଷ ବୟସ ବୋଲି ଜଣାପଡ଼ିଛି । ତେବେ ଜମିଜମି ମାମଲାକୁ ନେଇ ପାରିବାରିକ ବିବାଦ ଦେଖାଦେଇଥିଲା । ଫଳରେ କକା ଧାରୁଆ ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ କକାଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ବିଷୟ ପାଲଟିଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..