ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ ନେଇ ବିଭିନ୍ନ ଦାବି ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମୃତ୍ୟୁସଂଖ୍ୟାକୁ ନେଇ ବାହାନଗା ଦୁର୍ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ବାହାନଗାରେ ପହଞ୍ଚି ଆଜି ମୁଖ୍ୟମନ୍ତ୍ରୀ ମମତା ସ୍ଥିତି ଯାଞ୍ଚ କରିଥିଲେ। ସେ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ୫ଶହ ଲୋକ ପ୍ରାଣ ହରାଇଥିବା ଗଣମାଧ୍ୟମକୁ କହିଥିଲେ। ଏହି ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏହାକୁ କାଉଣ୍ଟର କରିଥିଲେ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୫ଶହ, ମୃତ୍ୟୁ ସଂଖ୍ୟା ୨୩୮ ବୋଲି ସେ କହିଥିଲେ। ଏହାର ଜବାବରେ ମମତା କହିଥିଲେ ଯେ ଆହୁରି ୩ଟି ବଗିରେ ମୃତଦେହ ରହିଛି। ତେଣୁ ମୃତ୍ୟୁସଂଖ୍ୟା ୫ ଶହରୁ ଅଧିକ ବୋଲି ସେ ଦୋହରାଇଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁସଂଖ୍ୟାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଦକ୍ଷିଣ ପୂର୍ବ ରେଳବାଇ ପ୍ରଥମେ ସୂଚନା ଦେଇଥିଲା ଯେ ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୩୮ ଜଣ ପ୍ରାଣ ହରାଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଏହି ସଂଖ୍ୟାକୁ ରେଳବାଇ ପକ୍ଷରୁ ୨୬୧ କୁହାଯାଇଛି। ଜାତୀୟ ଗଣମାଧ୍ୟମ କୁ ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ କହିଛନ୍ତି ଯେ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସେ ନିର୍ଦ୍ଦିଷ୍ଟ ଭାବେ ମୃତ୍ୟୁସଂଖ୍ୟା କେତେ ବୋଲି କହି ନଥିଲେ ହେଁ ଦୁର୍ଘଟଣାରେ ଶହଶହ ଲୋକ ଆଖିବୁଜି ଥିବା ସୂଚନା ଦେଇଥିଲେ। ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି କି ଦୁର୍ଘଟଣାରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସରକାର ଏହାକୁ ଲୁଚାଉଛନ୍ତି |






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..