Report Card Odisha

| Daily Odia News

ଚୌଦ୍ବାର ଥାନା ହାଜତରେ ମୃତ୍ୟୁ ଘଟଣା:NHRCରେ ଦାୟର ହେଲା ମାମଲା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚୌଦ୍ବାର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି, ଏସ.ଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ରୁଜୁ ହେଲା ମାମଲା । ଏନଏଚଆରସିରେ ଆବେଦନ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି । କ୍ରାଇମବ୍ରାଞ୍ଚ ଦ୍ବାରା ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି । ଥାନା ଭିତରେ କିପରି ଘଟିଲା ଏଭଳି ଘଟଣା ,ଏନେଇ କ୍ଷତିପୂରଣ ଅର୍ଥ ପ୍ରଦାନ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି | ମୋଟର ସାଇକେଲ ଚୋରି ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ସଦର ଅଞ୍ଚଳର ରସାନନ୍ଦ ନାୟକଙ୍କୁ ଉଠାଇ ଆଣିଥିଲା ପୋଲିସ। ପରେ ଅସୁସ୍ଥ ଅବସ୍ଥାରେ ଏସସିବିରେ ରସାନନ୍ଦକୁ ଭର୍ତ୍ତି କରିଥିଲା ପୋଲିସ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ପିଟି ପିଟି ମାରି ଦେଇଥିବା ନେଇ ପରିବାର ଲୋକ ଆଣିଥିଲେ ଅଭିଯୋଗ। ଏହି ଘଟଣାରେ ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ବିଶ୍ବରଞ୍ଜନ ସାହୁ, ଏସଆଇ ନିରଞ୍ଜନ ଗୌଡ଼ ଓ କନେଷ୍ଟବଳ କମଳ ଲୋଚନ ମାଝିଙ୍କୁ ନିଲମ୍ବିତ କରିଛନ୍ତି ସରକାର।

Breaking News