ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର-କଟକ ଦୈତ୍ୟନଗରୀ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅଫିସରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାକୁ ଯାଉଛି। କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି (ACC) ଦେଶର ବିଭିନ୍ନ କ୍ୟାଡରର ୩୦ ଜଣ ଆଇପିଏସ ଅଫିସରଙ୍କୁ କେନ୍ଦ୍ରରେ ଅତିରିକ୍ତ ମହାନିର୍ଦ୍ଦେଶକ (ADG) କିମ୍ବା ସମାନ ପାହ୍ୟାରେ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ଓଡ଼ିଶା କ୍ୟାଡରରୁ ଦେବଦତ୍ତ ସିଂହ ହେଉଛନ୍ତି ଏକମାତ୍ର ଆଇପିଏସ ଅଫିସର, ଯିଏକି କେନ୍ଦ୍ରରେ ଏହି ବଡ଼ ପଦବୀ ତୁଲାଇବେ।






More Stories
ଏକାସଙ୍ଗେ ମିଳିବ ୩ ମାସର ଭତ୍ତା……
ପୁଣି ବଢ଼ିଲା ସୁନା ଦର…..
ଯଥେଷ୍ଟ କାରଣ ବିନା ଏନବିଡବ୍ଲ୍ୟୁ ଜାରି କରାଯାଇପାରିବନି……