ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୀପାଳି ଦାସ ଓ ବିଶାଳ ଦାସଙ୍କୁ ହାଜର ହେବାକୁ ନୋଟିସ୍ ଆସିଥିଲା। କେଉଁ ତାରିଖରେ ଉପସ୍ଥିତ ହେବେ ସେନେଇ ଆଜି ଏକ ଚିଠିରେ କ୍ରାଇମବ୍ରାଞ୍ଚକୁ ଉତ୍ତର ଦେବେ। ଉକ୍ତ ଚିଠିରେ କ୍ରାଇମବ୍ରାଞ୍ଚର ଟିମ୍ ତାଙ୍କ ବାସ ଭବନକୁ ଆସି ବୟାନ ରେକର୍ଡ କରିବାକୁ ଅନୁରୋଧ କରାଯିବ। କୌଣସି ବ୍ୟସ୍ତତା କାରଣରୁ ଆଜି ହାଜର ନହୋଇ ସମୟ ମଗା ଯାଇଥିବା ନେଇ ବିଶାଳ ଦାସ ସୂଚନା ଦେଇଛନ୍ତି। ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ ମାମଲାର ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିବା ବେଳେ ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ନିକଟରେ ନବ ଦାସଙ୍କ ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି ଗଣ ମାଧ୍ୟମରେ କହିବା ପରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେପଟେ ଗତ ସପ୍ତାହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ନୋଟିସ କରାଯାଇ ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ସପ୍ତାହକ ମଧ୍ୟରେ ହାଜର ହୋଇ ଅଭିଯୋଗ କରିବାକୁ କୁହା ଯାଇଥିଲା। କିନ୍ତୁ ଉଭୟେ ଆଜି ହାଜର ନ ହେବା ଫଳରେ ଏଥିନେଇ ନବ ଦାସଙ୍କ ପରିବାର ଦ୍ବନ୍ଦ୍ବରେ ଥିବା ଚର୍ଚ୍ଚା ହେଉଛି। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ ମାମଲାର ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିବା ବେଳେ ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ନିକଟରେ ନବ ଦାସଙ୍କ ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି ଗଣ ମାଧ୍ୟମରେ କହିବା ପରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେପଟେ ଗତ ସପ୍ତାହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ନୋଟିସ କରାଯାଇ ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ସପ୍ତାହକ ମଧ୍ୟରେ ହାଜର ହୋଇ ଅଭିଯୋଗ କରିବାକୁ କୁହା ଯାଇଥିଲା। କିନ୍ତୁ ଉଭୟେ ଆଜି ହାଜର ନ ହେବା ଫଳରେ ଏଥିନେଇ ନବ ଦାସଙ୍କ ପରିବାର ଦ୍ବନ୍ଦ୍ବରେ ଥିବା ଚର୍ଚ୍ଚା ହେଉଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..