ରିପୋର୍ଟ କାର୍ଡ / ବ୍ରହ୍ମପୁର
ବ୍ରହ୍ମପୁରର ଦେଶୀ ବେହେରା ସାହିର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ଜନ୍ମିତ ଶିଶୁପୁତ୍ର ସନ୍ତାନର ବାପାମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା। ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି। ବ୍ରହ୍ମପୁର ଏସ୍ପିଙ୍କ ସୂଚନା ଅନୁସାରେ, ଶିଶୁ ପୁତ୍ରର ବାପା କେ. ଦିନେଶ କୁମାର ଦାବି କରି ୨୦୨୧ରେ ଟାଉନ ଥାନାରେ ମାମଲା ରୁଜୁ କରିଥିଲେ ଦୀପିକା। ଡିଏନ୍ଏ ରିପୋର୍ଟର ଏକ କପି ଦୀପିକା ନେଇଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି। ଦୀପିକା ନିଜର ପ୍ରେମିକ କେ. ଦିନେଶ ଓ ଶିଶୁପୁତ୍ରର ଡିଏନଏ ଟେଷ୍ଟ ପାଇଁ ଅଦାଲତରେ ଅପିଲ କରିଥିଲେ। ଅଦାଲତଙ୍କ ନିର୍ଦେଶକ୍ରମେ ଦୀପିକା, କେ. ଦିନେଶ ଓ ତାଙ୍କ ପୁଅର ସାମ୍ପୁଲ ରାଜ୍ୟ ଫୋରେସିକ୍ ଲାବକୁ ପଠାଯାଇଥିଲା। ରାଜ୍ୟ ଫୋରେସିକ୍ ଲ୍ୟାବ ଗତବର୍ଷ ଏହି ଡିଏନଏ ଟେଷ୍ଟ ରିପୋର୍ଟ ଦେଇଥିଲେ। ପରେ ଏହାକୁ କୋର୍ଟରେ ଦାଖଲ କରାଯାଇଥିଲା। ନ୍ୟାୟ ପାଇବାକୁ ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ଦୀପିକା। ପରେ ଧାରଣାରୁ ଉଠିଯାଇଥିଲେ। ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା ଯୋଗୁ ଏବେ ପୁଣି ଧାରଣାରେ ଅଛନ୍ତି ଦୀପିକା। ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..