ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଏକ ଜାମିନଯୋଗ୍ୟ ୱାରେଣ୍ଟ ବାତିଲ ହୋଇଛି | ଆଜି ମୁମ୍ବାଇର ଏକ ଅଦାଲତ ଏହି ୱାରେଣ୍ଟ ବାତିଲ କରିଥିବା ସୂଚନା ମିଳିଛି । ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧା ସୋମାୟାଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ଅଭିଯୋଗ ମାମଲାରେ ଅଦାଲତରେ ହାଜର ହେବା ପରେ ସଞ୍ଜୟ ରାଉତଙ୍କ ବିରୋଧରେ ଜାରି ହୋଇଥିବା ଜାମିନଯୋଗ୍ୟ ୱାରେଣ୍ଟକୁ ବାତିଲ କରିଛନ୍ତି। ସେୱରି ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ ଗତ ମାସରେ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଏକ ସମନ ଜାରି କରି ଜୁଲାଇ ୪ରେ ଅଦାଲତରେ ହାଜର ହେବାକୁ କହିଥିଲେ। ତେବେ, ଅଦାଲତଙ୍କ ସମନ ପରେ ବି ସାଂସଦ ରାଉତ ଅଦାଲତରେ ହାଜର ହୋଇ ନଥିଲେ। ଯାହା ପରେ ତାଙ୍କ ବିରୋଧରେ ଅଦାଲତଙ୍କ ପକ୍ଷରୁ ଜାମିନଯୋଗ୍ୟ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। ତେବେ, ଗୁରୁବାର ଦିନ, ସାଂସଦ ରାଉତ ତାଙ୍କ ଓକିଲଙ୍କ ସହ ମାଜିଷ୍ଟ୍ରେଟଙ୍କ ନିକଟରେ ଅଦାଲତରେ ହାଜର ହୋଇଥିଲେ | ଏବଂ ୱାରେଣ୍ଟ ବାତିଲ ପାଇଁ ଏକ ଆବେଦନ କରିଥିଲେ | ଯାହାକୁ କୋର୍ଟ ଅନୁମତି ଦେଇଥିଲେ। ଅଦାଲତ ରାଜ୍ୟସଭା ସଦସ୍ୟଙ୍କ ଜାମିନ ଆବେଦନକୁ ମଧ୍ୟ ଗ୍ରହଣ କରି ତାଙ୍କୁ ୧୫,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ମୁକ୍ତ କରିଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..