ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନିଲଣ୍ଡ୍ରଇଂ ମାମଲାରେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ତଥା ‘ଆପ୍ ନେତା ରାଜ୍ କୁମାର ଆନନ୍ଦଙ୍କ ଘରେ ଚଢ଼ାଉ କରୁଛି | ରିପୋର୍ଟ ଅନୁସାରେ, ମନ୍ତ୍ରୀଙ୍କ ବାସଭବନ ସମତେ ଇଡି ସମଗ୍ର ଦିଲ୍ଲୀର ୯ଟି ସ୍ଥାନରେ ଚଢ଼ଉ ଜାରିରଖିଛି। ଏହି ତଲାସ ‘କଷ୍ଟମ୍’ ମାମଲା ସହିତ ଜଡ଼ିତ ଏବଂ ଆନନ୍ଦ ‘ହାୱଲା’ କାରବାରରେ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି। ଇଡି ର ଏକ ଟିମ୍ ଆଜି ସକାଳୁ ମନ୍ତ୍ରୀଙ୍କ ଘରେ ପହଞ୍ଚି ତଲାସ ଚଳାଇଛନ୍ତି। ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ମାମଲାରେ ଇଡି ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଆଜି ହାଜର ହେବା ପାଇଁ ସମନ୍ ଜାରି କରିଛି। ତାଙ୍କୁ ଗିରଫ କରାଯାଇ ପାରେ ବୋଲି ‘ଆପ୍’ ସନ୍ଦେହ କରୁଛି। ଏହି ମାମଲାର ଆଗରୁ ‘ସିବିଆଇ’ କେଜ୍ରିୱାଲ୍ଙ୍କୁ ଜେରା କରିଥିଲା। ତାଙ୍କର ଘନିଷ୍ଠ ସହଯୋଗୀ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ହୋଇ ଜେଲ୍ରେ ଅଛନ୍ତି। ଗତ ମାସରେ ‘ଆପ୍’ ସାଂସଦ ସଞ୍ଜୟ ସିଂହଙ୍କୁ ବି ଗିରଫ କରାଯାଇଥିଲା। କେଜ୍ରିୱାଲ୍ଙ୍କ ଦଳ ‘ଆମ୍ ଆଦ୍ମି ପାର୍ଟି’କୁ କେନ୍ଦ୍ର ସରକାର ନଷ୍ଟ କରି ଦେବାକୁ ଉଦ୍ୟମ କରୁଥିବା କଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……