ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ ୨.୦। ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରିବାକୁ ରାଜଧାନୀ ଆଡକୁ ମାଡି ଆସୁଛନ୍ତି ହଜାର ହଜାର କୃଷକ। ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି। ଏମାନଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରିଛି। ଶମ୍ଭୁ ସୀମାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କୃଷକଙ୍କ ଉପରେ ପୋଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି। ଫଳରେ ପୂରା ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଛି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀର ବିଭିନ୍ନ ସୀମା। ପୋଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ କାନ୍ଥ ଠିଆ କରିଛନ୍ତି। କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୋଲିସ । ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍ କରାଯାଇଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..