Report Card Odisha

| Daily Odia News

ଫେବୃୟାରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଫେବୃୟାରୀ ୫ରେ ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ୮ ଫେବୃଆରୀରେ ଭୋଟ୍‌ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଆଜି ପ୍ରେସ କନଫରେନ୍ସ ମାଧ୍ୟମରେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି | ମୋଟ ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଇଭିଏମରେ ବେଆଇନ ଭୋଟ ଦେବାର କୌଣସି ସମ୍ଭାବନା ନାହିଁ। ଇଭିଏମ ହେଉଛି ଏକ ଫୁଲପ୍ରୁଫ ଉପକରଣ । ଭୋଟ ଦେବା ପରେ ଏହାକୁ ସିଲ କରାଯାଇଥାଏ ଏବଂ ଭାଇରସ ବି ଏଥିରେ ପ୍ରବେଶ କରିପାରେ ନାହିଁ । ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ସମୁଦାୟ ୧କୋଟି ୫୫ଲକ୍ଷ ଭୋଟର ଅଛନ୍ତି। ସେଠାରେ ୮୩ଲକ୍ଷରୁ ଅଧିକ ପୁରୁଷ ଭୋଟର ଅଛନ୍ତି। ଏଠାରେ ୧୩ ହଜାର ୩୩ ମତଦାନ କେନ୍ଦ୍ର ଅଛ। ତାରିଖ ଘୋଷଣା ପୂର୍ବରୁ ସେ ନିର୍ବାଚନ କମିସନ ବିରୋଧରେ ଆସିଥିବା ଅଭିଯୋଗ ଉପରେ ବି ନିଜର ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ କମିଶନର କହିଛନ୍ତି, ‘‘ଇଭିଏମ୍‌ ଅନିୟମିତତା, ଭୋଟର୍‌ ତାଲିକାରେ ଗଡ଼ବଡ଼ ଆଦି ନିର୍ବାଚନ କମିସନ ଉପରେ ଅଭିଯୋଗ ଆସିଛି। ଜନତାଙ୍କ ପ୍ରଶ୍ନରେ ଗଣତନ୍ତ୍ର ପରିପୁଷ୍ଟ ହୁଏ। ଆମେ ସବୁ ପ୍ରଶ୍ନର ଉତ୍ତର ଦେବୁ।’’ ୭୦ ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଏହି ନିର୍ବାଚନ ନୂଆ ଗୃହ ନିର୍ମାଣ ପୂର୍ବରୁ ହିଁ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏଯାବତ୍‌ ପାରମ୍ପରିକ ଭାବେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇ ଆସିଛି। 

Breaking News