Report Card Odisha

| Daily Odia News

ପଙ୍ଗା କୁନ୍‌ କଙ୍ଗନାଙ୍କୁ ବିଧାନସଭା ପ୍ୟାନେଲର ସମନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଢ଼ିଲା ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନାଙ୍କ ଅଡୁଆ। କଙ୍ଗନାଙ୍କୁ ମାହଙ୍ଗା ପଡିଛି ବିବାଦୀୟ ମନ୍ତବ୍ୟ ଦେବା | ଦିଲ୍ଲୀ ବିଧାନସଭା ପ୍ୟାନେଲ୍‌ ସାମ୍ନାରେ ହାଜର ହେବାକୁ ସମନ୍‌ ଜାରି ହୋଇଛି । ଆସନ୍ତା ଡିସେମ୍ବର ୬ ତାରିଖ ମଧ୍ୟାହ୍ନ ୧୨ ଟା ସୁଦ୍ଧା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦ୍‌ଭାବ କମିଟି ଆଗରେ ହାଜର ହେବାକୁ କୁହାଯାଇଛି। ଶିଖ ସମାଜ ପ୍ରତି ଅପ୍ରୀତିକର ତଥା ଅପମାନଜନକ ମନ୍ତବ୍ୟ ପାଇଁ ଏହି ସମନ ଜାରି କରାଯାଇଛି। ଏହି ଶାନ୍ତି ଏବଂ ସଦ୍‌ଭାବ କମିଟିର ଅଧ୍ୟାକ୍ଷ ଅଛନ୍ତି ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚାଡ୍ଡା। ସୂଚନାଯୋଗ୍ୟ ଯେ, ନିକଟରେ ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଇନ୍‌ଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରି ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ମନ୍ଦିର ମାର୍ଗ ଥାନାର ସାଇବର ଅଫିସରେ ଏହି ମାମଲା ରୁଜୁ ହୋଇଛି। କଙ୍ଗନା ଜାଣିଶୁଣି ସୋଶାଲ ମିଡିଆରେ କୃଷକଙ୍କ ବିରୋଧକୁ ‘ଖଲିସ୍ତାନୀ ଆନ୍ଦୋଳନ’ ବୋଲି କହିଥିବା ଅଭିଯୋଗରେ କୁହାଯାଇଛି। ଅଭିନେତ୍ରୀ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ତଥା ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଯାହା ଶିଖ୍ ସମ୍ପ୍ରଦାୟର ଭାବନାକୁ ଆଘାତ ଦେବା ପାଇଁ ସୁଚିନ୍ତିତ ଭାବରେ ଏହି ପୋଷ୍ଟଟିକୁ ପ୍ରସ୍ତୁତ କରାଯଇ ଅପରାଧିକ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଥିଲା ବୋଲି ଶିଖ ସମ୍ପ୍ରଦାୟ ପକ୍ଷରୁ ଜାରି ଅଭିଯୋଗରେ କୁହାଯାଇଛି।

Breaking News