ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀ, ହରିୟାଣା ଏବଂ ମୁମ୍ବଇରେ ହାଇଆଲର୍ଟ ଜାରି କରାଯାଇଛି।ପୁରୁଣା ଦିଲ୍ଲୀର ଲାଲ୍ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ ନମ୍ବର ଗେଟ ପାଖରେ ଏକ କାରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ମାତ୍ର ବିସ୍ଫୋରଣ ଯୋଗୁ ପ୍ରାୟ ଆଖପାଖରେ ଥିବା ୨୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଘଟଣା ବିଷୟରେ ଆଇବି(ଗୁଇନ୍ଦା ବ୍ୟୁରୋ) ମୁଖ୍ୟ ତପନ ଡେକାଙ୍କ ସହିତ ଆଲୋଚନା କରିଛନ୍ତି।






More Stories
ଏକ୍ଜିଟ୍ ପୋଲ୍କୁ ଖାରଜ କଲେ ତେଜସ୍ୱୀ ଯାଦବ…..
ଦିଲ୍ଲୀ ବିସ୍ପୋରଣ:ଜାନୁଆରୀ ୨୬ରେ ହୋଇଥିଲା ଯୋଜନା……
ବଢ଼ିଲା ବାଲିଯାତ୍ରା ଅବଧି……