Report Card Odisha

| Daily Odia News

ମନ୍ତ୍ରୀ ଙ୍କୁ ବିଭାଗ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି । ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା କପିଲ ମିଶ୍ରା, ଆଷିଶ ସୁଦଙ୍କୁ ୬ଟି ଲେଖାଏଁ ବିଭାଗ ମିଳିଛି । ଉପମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମାଙ୍କୁ ୫ଟି ବିଭାଗର ଦାୟିତ୍ବ ଦିଆଯାଇଛି । ସେହିପରି ରବୀନ୍ଦ୍ର ଇନ୍ଦ୍ରରାଜ ସିଂହ ଏବଂ ପଙ୍କଜ କୁମାର ସିଂହଙ୍କୁ ତିନିଟି ଲେଖାଏଁ ବିଭାଗ ମିଳିଛି ।

ରେଖା ଗୁପ୍ତା(ମୁଖ୍ୟମନ୍ତ୍ରୀ)-
ଅର୍ଥ
ରାଜସ୍ବ
ମହିଳା ଓ ଶିଶୁ ବିକାଶ

ପ୍ରବେଶ ବର୍ମା (ଉପ ମୁଖ୍ୟମନ୍ତ୍ରୀ)-
ପୂର୍ତ୍ତ
ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ
ଜଳସମ୍ପଦ

ଆଷିଷ ସୁଦ-
ଗୃହ
ଶିକ୍ଷା
ଶକ୍ତି
ସହରୀ ବିକାଶ

ମଜିନ୍ଦର ସିଂହ ସୀର୍ସା-
ଶିଳ୍ପ
ପରିବେଶ ଏବଂ ଜଙ୍ଗଲ
ଖାଦ୍ୟ ଏବଂ ସିଭିଲ ସପ୍ଲାଏ

ପଙ୍କଜ କୁମାର ସିଂହ-
ସ୍ବାସ୍ଥ୍ୟ
ପରିବହନ
ଆଇଟି

କପିଲ ମିଶ୍ରା-
ଆଇନ ଏବଂ ନ୍ୟାୟ
ଶ୍ରମ
ନିଯୁକ୍ତି
ପର୍ଯ୍ୟଟନ
କଳା ଓ ସଂସ୍କୃତି

ରବୀନ୍ଦ୍ର ଇନ୍ଦ୍ରରାଜ ସିଂହ-
ସାମାଜିକ କଲ୍ୟାଣ
ଏସସି/ଏସ୍‌ଟି କଲ୍ୟାଣ
ସମବାୟ ବ୍ୟାପାର

Breaking News