Report Card Odisha

| Daily Odia News

କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲ୍‌ଙ୍କ ନିକଟରୁ ଏକ ପିସିଆର୍‌ କଲ୍‌ ଆସିଥିଲା । ଏହି କଲ୍‌ ମାଧ୍ୟମରେ ତା‌ଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି। ଖବର ପାଇବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ତଦନ୍ତ କରି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଧରିବାରେ ସମର୍ଥ ହୋଇଛି। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ କଲ୍‌ କରିଥିବା ବ୍ୟକ୍ତି ଜଣକ ଜଣେ ମାନସିକ ବିକୃତ ଥିବା ଲୋକ। ତାଙ୍କ ବୟସ ୩୮ ବର୍ଷ। ଅଭିଯୁକ୍ତ ଏବେ ଦିଲ୍ଲୀର ଗୁଲାବି ବାଗ୍‌ରେ ଚିକିତ୍ସାଧୀନ ରହିଛି। ଏହି କାରଣରୁ ପୋଲିସ ତାକୁ ଧରିବା ପରେ ବି ଗିରଫ କରିନାହିଁ।

Breaking News