ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜିଠାରୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କୋର୍ଟ କେଜ୍ରିୱାଲଙ୍କୁ ୭ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଦେଇଛନ୍ତି। ଆସନ୍ତା ୨୮ ତାରିଖରେ କୋର୍ଟରେ ତାଙ୍କୁ ହାଜର କରିବା ଲାଗି ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ନୀତି ମାମଲାରେ କେଜ୍ରିୱାଲ ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ହୋଇଥିବାରୁ ତାଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାଲାଗି ଇଡି ପକ୍ଷରୁ ଯୁକ୍ତି କରାଯାଇଥିଲା। କୁହାଯାଇଥିଲା ଯେ ତାଙ୍କୁ ବ୍ୟାପକ ଜେରା କରାଯିବାର ଆବଶ୍ୟକତା ରହିଛି। ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହିତ ମୁହାଁମୁହିଁ ଜେରା କରାଯିବ। ତେଣୁ ୧୦ ଦିନର ରିମାଣ୍ଡ ଦରକାର। କିନ୍ତୁ କୋର୍ଟ ଏଥିପାଇଁ କେବଳ ୭ ଦିନ ମଞ୍ଜୁର କରିଥିଲେ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..