ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ କିଛିଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ନିଷ୍ପତ୍ତି ନେଇଛନ୍ତି କି ଦିଲ୍ଲୀରେ ସପ୍ତାହାନ୍ତ ସଟଡାଉନ୍ ହଟାଇବା ସହ କିଛି କଟକଣା କୋହଳ କରିବା ପାଇଁ। ଏନେଇ କେଜିରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି କି ସପ୍ତାହାନ୍ତ ସଟଡାଉନ୍ ହଟାଇବା ସହ ୫୦ ପ୍ରତିଶତ କ୍ଷମତାରେ ଘରୋଇ କାର୍ଯ୍ୟାଳୟ ଖୋଲିବାକୁ କହିଛନ୍ତି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଥିବାରୁ ସପ୍ତାହାନ୍ତ ସଟଡାଉନ୍ ସହ କର୍ଫ୍ୟୁ ଲଗାଯାଇଥିଲା । ଫଳରେ ବ୍ୟବସାୟୀମାନେ ନାହିଁ ନଥିବାର ହଇରାଣ ହେଉଥିଲେ ।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..