ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପିର ହେଭିୱେଟ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଜାମିନ ମିଳିଛି । ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବ୍ରିଜ ଭୂଷଣ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି | ସଚିବ ବିନୋଦ ତୋମାରଙ୍କୁ ପ୍ରଦାନ କରିଥିବା ସର୍ତ୍ତମୂଳକ ଜାମିନରେ ସର୍ତ୍ତ ରଖିଛନ୍ତି ଯେ ଅଦାଲତର ବିନା ଅନୁମତିରେ ସେମାନେ ଦେଶ ଛାଡି ପାରିବେ ନାହିଁ, ସେମାନେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ପ୍ରମାଣରେ ବିଭ୍ରାଟ କରିବେ ନାହିଁ ବୋଲି ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି। ବ୍ରିଜ ଭୂଷଣ ଙ୍କ ବିରୋଧରେ ଦେଶର କିଛି ମହିଳା ରେସଲର ଯୌନ ନିର୍ଯାତନା ମାମଲା ଆଣିଥିଲେ। ପ୍ରଥମେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମାମଲାର ଶୁଣାଣି କରିବା ପରେ ରାୟକୁ ଦିନ ୪ ଯାଏ ସଂରକ୍ଷିତ ରଖିଥିଲେ। ରେସଲରମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜାମିନ ଆବେଦନକୁ ବିରୋଧ କରିଥିଲେ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..