Report Card Odisha

| Daily Odia News

କେଜ୍ରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବେଲ୍ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ଏହି ମାମଲା ଉପରେ ରାଉଜ ଆଭେନ୍ୟୁ କୋର୍ଟ ଦେଇଥିବା ବେଲ୍ ଅର୍ଡର ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନ ଉପରେ ଶୁଣାଣି ନ ସରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜାମିନରେ ଯାଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ -ଗତକାଲି ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲ ଙ୍କୁ ଦେଇଥିବା ଜାମିନ ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ଇଡି। ଆଜି ଏହି ମାମଲା ଉପରେ ଶୁଣାଣି କରାଯାଉଛି। ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ବେଲରେ ବାହାରି ପାରିବେନି କେଜ୍ରିୱାଲ। ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଛି ଯେ, ନିମ୍ନ ଅଦାଲତ(ରାଉଜ ଆଭେନ୍ୟୁ) ସେମାନଙ୍କ ପକ୍ଷ ରଖିବାକୁ ସୁଯୋଗ ଦେଇନାହାଁନ୍ତି। ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ କହିଛନ୍ତି, ନିମ୍ନ ଅଦାଲତ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ଉପଯୁକ୍ତ ସୁଯୋଗ ଦେଇନାହାଁନ୍ତି। ଖବର ଲେଖାହେବା ସୁଦ୍ଧା ଶୁଣାଣି ସମୟରେ ଇଡି କେଜ୍ରିୱାଲଙ୍କ ବିରୁଦ୍ଧରେ ଅର୍ଥ ହେରଫେର ଅଭିଯୋଗର ଉପଯୁକ୍ତ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିଲା।

Breaking News