Report Card Odisha

| Daily Odia News

୧୭ରେ କୋର୍ଟରେ ହାଜର ହେବାକୁ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରେ ମଦ ଅବକାରୀ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ଟି ସମନକୁ ଏଡ଼ାଇ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ | ତାହା ସ୍ପଷ୍ଟ କରିବାକୁ ଦିଲ୍ଲୀର ଏକ ଅଦାଲତ କେଜ୍ରଓ୍ଵାଲଙ୍କୁ ଫେବ୍ରୁଆରି ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ଇଡି କେଜ୍ରିଓ୍ଵାଲଙ୍କ ବିରୋଧରେ ସମନ ପାଳନ କରୁ ନଥିବାରୁ ତାଙ୍କ ବିରୋଧରେ ଏକ ଅଭିଯୋଗ ଅଦାଲତରେ ଦାଖଲ କରିଥିଲା। ଅରବିନ୍ଦ କେଜ୍ରଓ୍ଵାଲ ଫେବ୍ରୁଆରି ୨ ତାରିଖରେ ଇଡିର ପଞ୍ଚମ ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ଇଡି ଅଦାଲତର ଦ୍ୱାରସ୍ଥ ହୋଇଥିଲା। ଲୋକସଭା ନିର୍ବାଚନ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ହଇରାଣ ଓ ଟାର୍ଗେଟ କରିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟ କରୁଥିବା ଆପ୍‌ ଏବଂ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ ଆଣିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ବେଆଇନ ବୋଲି ଘୋଷଣା କରି କେଜ୍ରିୱାଲ ଜାନୁଆରି ୧୯ର ସମନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ।

Breaking News